ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ପରଲୋକ

You are currently viewing ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୨୦୧୨ରୁ ଅବସର ଗ୍ରହଣ ପରେ ସେ ନିଜ ଗାଁ ଖାଲଗାଁକୁ ଫେରି ସମାଜ ସେବାରେ ନିୟୋଜିତ ଥିଲେ।

ସେ ଆଖପାଖ ଅଞ୍ଚଳରେ ବେଶ ପରିଚିତ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Share

Leave a Reply