ଅନୁଗୁଳ: ସନ୍ଥପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅଜୟ କୁମାର ମହାନ୍ତି ମୁଖ୍ୟବକ୍ତା ଏବଂ କନିଷ୍ଠ ଶିକ୍ଷକ ସଂଘର ସମ୍ପାଦକ ନିରୋଦ କୁମାର ଦାସମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଶ୍ରୀମତୀ ପଣ୍ଡା ତାଳଚେର ନିୟମିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ହେଲେ ମଧ୍ୟ ସବୁବେଳେ ତାଳଚେରରେ ଥିବା ସମସ୍ତ ଶିକ୍ଷକ ସଙ୍ଘକୁ ଏକାଠି ରଖନ୍ତି ବୋଲି କହିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ।