ରାଇଫଲ୍‌ କ୍ଲବ୍‌ ପକ୍ଷରୁ ବନ୍ଧୁକଚାଳନା ପ୍ରତିଯୋଗିତା

You are currently viewing ରାଇଫଲ୍‌ କ୍ଲବ୍‌ ପକ୍ଷରୁ ବନ୍ଧୁକଚାଳନା ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ ଠାରେ ଶନିବାର ତାଳଚେର ରାଇଫଲ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଯାଇଛି ।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ପାଦକ ପ୍ରବୀର ଚନ୍ଦ୍ର ଦେବ, ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ଦେବ , କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହା ୩ ଦିନ ଧରି ଅନୁଷ୍ଠିତ ହେବ।ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଆସି ଅଂଶଗ୍ରହଣ କରିବେ ବୋଲି ଆୟୋଜକ ସୂତ୍ରରୁ ଜଣାପଡ଼ିଛି l

Share

Leave a Reply