ଅନୁଗୁଳ: ପାନୀୟ ଜଳ ପାଇଁ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କଲେ ଚିତ୍ତଲପୁର ଗ୍ରାମବାସୀ। ମିଳିଥିବା ସୂଚନା ମୁତାବକ, ତାଳଚେର ବ୍ଲକ୍ କୁମୁଣ୍ଡା ପଞ୍ଚାୟତରେ ୧୧ ଟି ୱାର୍ଡ ରହିଛି। ଦୀର୍ଘ କୋଡିଏ ବର୍ଷ ହେବ ପ୍ରତ୍ୟେକ ୱାର୍ଡକୁ ପାଣି ଯୋଗାଇଦେବା ପାଇପ୍ ଓ ଟ୍ୟାପ ସଂଯୋଗ କରାଯାଇଥିଲା। ସବୁ ୱାର୍ଡକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ୧୦ ନମ୍ବର ୱାର୍ଡକୁ ଏବେ ଯାଏଁ ପାନୀୟ ଜଳ ଆସି ପାରି ନାହିଁ। ଏହି ୱାର୍ଡରେ ପ୍ରାୟ ଦୁଇ ଶହ ଲୋକ ବସବାସ କରୁଛନ୍ତି। ଏଠାରେ ଦୁଇଟି ନଳକୂପ ରହିଛି କିନ୍ତୁ ସେଥିରୁ ବାହାରୁ ଥିବା ପାଣି ପିଇ ଅନେକ ଲୋକ ରୋଗାଗ୍ରସ୍ତ ହୋଇଛନ୍ତି। ଗାଁରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ମଙ୍ଗଳବାର ବାଧ୍ୟ ହୋଇ ଚିତ୍ତଲପୁର ଗ୍ରାମର ମହିଳାମାନେ ଗରା ଓ ବାଲଟି ଧରି ରାସ୍ତା ଉପରେ ଧାରଣା ଦେଇଥିଲେ। ଖବର ପାଇ ପୁଲିସ ପ୍ରଶାସନ ଆସି ବୁଝା ସୁଝା କଲାପରେ ରାସ୍ତାରୁ ଅବରୋଧ ହଟିଥିଲା।
ଉତ୍କଟ ପାନୀୟ ଜଳ ସମସ୍ୟା, ଗରା-ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା
- Post published:July 13, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
