ନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

You are currently viewing ନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ କିଛି ପରିବାର ଗାଁ ରାସ୍ତାକୁ ଅବରୋଧ କରିଛନ୍ତି।

ଅବରୋଧକାରୀଙ୍କ ସୂଚନା ମୁତାବକ, ଗ୍ରାମକୁ ପାଣି ପାଇପ୍ ବିଛାଇ ଦଶ ପନ୍ଦର ଘର ପିଛା ଗୋଟିଏ ଗୋଟିଏ ଟ୍ୟାପ୍ ଯୋଗାଇ ଦିଆଯାଉ ଥିବା ବେଳେ ଅନ୍ୟ କିଛି ପରିବାର ଟ୍ୟାପରୁ ପାଣି ନ ନେଇ ବିଛା ଯାଇଥିବା ପାଣି ପାଇପରୁ ସିଧାସଳଖ ମୋଟର ଲଗାଇ ପାଣି ନେଇଯାଉଛନ୍ତି। ଫଳରେ ଟ୍ୟାପରେ ପାଣି ଠିକ୍ ଭାବେ ଆସୁନାହିଁ।

ଏ ନେଇ ବ୍ଲକ ପ୍ରଶାସନ ଓ ଗ୍ରାମ ସରପଞ୍ଚଙ୍କୁ ଅଭିଯୋଗ କରିବା ପରେ ବି କିଛି ସୁଫଳ ନ ମିଳିବାରୁ ଆଜି ଗାଁ ଲୋକ ବାଧ୍ୟ ହୋଇ ରାସ୍ତାକୁ ଅବରୋଧ କରିଛନ୍ତି।

ଖବର ପାଇ ସମିତିସଭ୍ଯାଙ୍କ ପ୍ରତିନିଧି ପହଞ୍ଚି ବୁଝାସୁଝା କରିଥିଲେ। ଏ ସମସ୍ୟା ନେଇ ସରପଞ୍ଚଙ୍କୁ ପଚାରିବାରୁ ଯଥାଶୀଘ୍ର ତଦାରଖ କରିବା ସହିତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply