ଛେଣ୍ଡିପଦା: ଛେଣ୍ଡିପଦାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିର ଗୋଟେ ଝଲକ ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା। ବିଡିଓ ତ୍ରିବିକ୍ରମ ବେହେରା ଓ ତହସିଲଦାର ଡାନିଏଲ ଏକ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଥମେ ମିନି ମାରାଥନର ଆୟୋଜନ କରାଯାଇଥିଲା। ମାରାଥନରେ ବ୍ଲକ ଅଞ୍ଚଳର ୨୦୦ରୁ ଅଧିକ ଯୁବକ ଭାଗ ନେଇଥିଲେ। ପରେ ଦଣ୍ଡ, ପାଲା, ଦାସକାଠିଆ, ସଂକୀର୍ତ୍ତନ, ପାଇକ ଆଖଡ଼ା ସହିତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ବିଧାୟକ ସୁଶାନ୍ତ ବେହେରା, ବ୍ଲକ ଅଧ୍ୟକ୍ଷ ସୁମିତ୍ରା ସାହୁ, ଥାନା ଅଧିକାରୀ ଧୀରେନ ବେହେରାଙ୍କ ସମେତ ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦେଇ ବିରାଟ ପଟୁଆରରେ ଟ୍ରଫିକୁ ଛେଣ୍ଡିପଦା ସଦର ମହକୁମାକୁ ପାଛୋଟି ଆଣିଥିଲେ। ସେଠାରୁ ବିଶ୍ୱକପ କୋଶଳା ଦେଇ ଅନୁଗୁଳ ଅଭିମୁଖେ ଯାତ୍ରା କରିଥିଲା।
ଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ
- Post published:January 5, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
