ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ମଙ୍ଗଳବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା ବେଳେ ଅନୁଗୁଳ କୋଭିଡ ଏସ୍କର୍ଟ ଟିମ୍ ଚଢ଼ଉ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ମୁତାବକ,ମଙ୍ଗଳବାର ଅପରାହ୍ନରେ ଛେଳିଆପଡ଼ା ଗାଁରେ ବାବୁଲି ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ଶୁଦ୍ଧକ୍ରିୟାରେ ପ୍ରାୟ ୩ଶହ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିଥିଲେ।ବିଶେଷ ସୂତ୍ରରୁ ଅନୁଗୁଳ କୋଭିଡ଼ ଏସ୍କର୍ଟ ଟିମ୍ ଖବର ପାଇ ସେଠାରେ ପହଞ୍ଚି ଏହି ଭୋଜିଭାତକୁ ବନ୍ଦ କରି ଦେଇଥିଲେ। ଅନୁଗୁଳ ସହକାରୀ ଜିଲ୍ଲାପାଳ ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ବରେ ସୁଶାନ୍ତ ମହାପାତ୍ର, ମାନସ ଭଞ୍ଜଦେଓ ପ୍ରମୁଖ ପ୍ରସ୍ତୁତ ହୋଇଥିବା ସମସ୍ତ ଖାଦ୍ୟ ସାମଗ୍ରୀକୁ ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟିଦେବା ସହିତ ଉପସ୍ଥିତ ଲୋକମାନଙ୍କୁ ଘଉଡ଼ାଇ ଦେଇଥିଲେ। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ବାବୁଲି ପ୍ରଧାନଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସହକାରୀ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଅନୁଗୁଳ ସଦର ଥାନା, ଆଦର୍ଶ ଥାନା ଓ ଅନୁଗୁଳ ବ୍ଲକ୍ ଅଫିସ୍ର କର୍ମଚାରୀ ସାମିଲ ହୋଇଥିଲେ।
ଶୁଦ୍ଧିକ୍ରିୟା ଭୋଜିରେ ଚଢ଼ଉ, ୧୫ ହଜାର ତଣ୍ଡ ଗଣିଲେ
- Post published:June 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
