ଅନୁଗୁଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ପାଇବେ ବର୍ଦ୍ଧିତ ଭତ୍ତା, ସମସ୍ତଙ୍କୁ ମିଳିବ ୩୫୦୦ ଟଙ୍କା

You are currently viewing ଅନୁଗୁଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ପାଇବେ ବର୍ଦ୍ଧିତ ଭତ୍ତା, ସମସ୍ତଙ୍କୁ ମିଳିବ ୩୫୦୦ ଟଙ୍କା

ଅନୁଗୁଳ :ଚଳିତ ମାସରୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ବର୍ଦ୍ଧିତ ଭତ୍ତା। ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଜାତୀୟ ସାମାଜିକ ସହାୟତା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ଥିବା ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଯିବ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ବିଭିନ୍ନ କ୍ଷେତ୍ରର ଏହି ବର୍ଦ୍ଧିତ ଭତ୍ତା ପାଇବେ। ପୂର୍ବରୁ ମଧୁବାବୁ ପେନସନ ଯୋଜନା ବା ଜାତୀୟ ସାମାଜିକ ସହାୟତା ଯୋଜନାରେ ହିତାଧିକାରୀ ପ୍ରଥମେ ୧ ହଜାର ଟଙ୍କା ଏବଂ ବୟସାଧିକ ହେବା ପରେ ୧୨ ଶହ ଟଙ୍କା ପାଉଥିଲେ। ସେହିପରି ଭିନ୍ନକ୍ଷମ ୧ ହଜାର ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଉଥିଲେ। ବର୍ତ୍ତମାନ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବ।

ଅନୁଗୁଳ ଜିଲ୍ଲାରେ ସମୁଦାୟ ଜାତୀୟ ସାମାଜିକ ସହାୟତା ଯୋଜନାରେ ୪୯,୫୩୫ ଓ ମଧୁବାବୁ ପେନସନ ଯୋଜନାରେ ୧,୦୫,୩୨୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଓ ୮୦% ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏମାନଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ଲେଖାଏଁ ମିଳିବା ନେଇ ସ୍ପଷ୍ଟ କରିଛି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ। ତେବେ କଣିହାଁ ବ୍ଲକରେ ସର୍ବାଧିକ ହିତାଧିକାରୀ ଥିବା ବେଳେ ତାଳଚେରରେ ସବୁଠାରୁ କମ ହିତାଧିକାରୀ ଥିବା ଜଣାଯାଇଛି।

Share

Leave a Reply