ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

You are currently viewing ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସମ୍ପର୍କ ପ୍ରମୁଖ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଗୁରୁ ପୂଜନ ଉତ୍ସବର ମହତ୍ୱ କହିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା, ଗୁରୁ ପୂଜନ ପରମ୍ପରା ଉପରେ ବିଶେଷ ଭାବେ ମାର୍ଗ ଦର୍ଶନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆରଏସଏସର ଜିଲ୍ଲା ସହ ସଂଘ ଚାଳକ ଗିରିଧାରୀ ଶତପଥୀ, ନଗର ସଂଘ ଚାଳକ ପ୍ରମୋଦ କୁଣ୍ଡୁ, ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଗୁରୁ ପୂଜନ କରି ଆଶୀର୍ବାଦ ନେଇଥିଲେ।

Share

Leave a Reply