ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଲୋକସଭାରେ ଅନୁଗୁଳ ଯାଜପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବି ରଖିଛନ୍ତି। ୨୫ ବର୍ଷ ତଳେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ରାମ ବିଳାସ ପାଶୱାନ ଶିଳାନ୍ୟାସ କରିଥିଲେ। ପରେ ନରେନ୍ଦ୍ର ମୋଦୀଙ୍କ ସରକାରରେ ଏହି ରେଳ ଲାଇନ କାର୍ଯ୍ୟ ଶେଷ ହୋଇଥିଲା। ଦୁଇ ବର୍ଷ ହେବ ଉକ୍ତ ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି। ସେ ସମୟରେ ବହୁ କମ୍ ପଇସାରେ ଜନସାଧାରଣ ରେଲୱେ ପାଇଁ ନିଜର ଜମି ଦେଇଥିଲେ ଏବଂ ସ୍ବପ୍ନ ଦେଖିଥିଲେ ଯେ ଆମ ଅଞ୍ଚଳ ଦେଇ ଟ୍ରେନ ଚାଲିବ। ମାଲବାହୀ ଟ୍ରେନ୍ ତ ଗଡ଼ିଲା କିନ୍ତୁ ଆଜି ଯାଏଁ ଯାତ୍ରୀବାହୀ ଟ୍ରେନ ଚାଲିପାରିଲା ନାହଁ ବୋଲି ଶ୍ରୀ ପାଣି ଲୋକସଭାରେ କହିଛନ୍ତି।
ଅନୁଗୁଳରୁ ଯାଜପୁର, ପୁରୀ ଏବଂ ହାୱଡ଼ାକୁ ଟ୍ରେନ୍ ଓ ଏକ୍ସପ୍ରେସ ଚଳାଚଳ ପାଇଁ ସାଂସଦ ଶ୍ରୀ ପାଣି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଛନ୍ତି।