ପତିବ୍ରତାଙ୍କ ପର୍ବ ସାବିତ୍ରୀ ବ୍ରତ ପାଳିତ

You are currently viewing ପତିବ୍ରତାଙ୍କ ପର୍ବ ସାବିତ୍ରୀ ବ୍ରତ ପାଳିତ

ଅନୁଗୁଳ:ଅନୁଗୁଳ ସହରରେ ସାବିତ୍ରୀ ବ୍ରତ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଅନୁଗୁଳ ସହରର ବିଭିନ୍ନ ମନ୍ଦିର, ଦେବାଳୟ ଓ ଦେବୀ ପୀଠ ଗୁଡିକରେ ସଧବା ମହିଳା ମାନେ ଚଉରା ମୂଳରେ ପାରମ୍ପରିକ ନୀତି କାନ୍ତି ସହ ପାଳନ କରିଥିଲେ। ନୂଆ ଶାଢ଼ୀ, ବିଭିନ୍ନ ରକମର ଫଳ, ସାବିତ୍ରୀ ସତ୍ୟବାନଙ୍କ କାଷ୍ଠ ପିତୁଳା ଆଦି ଦ୍ୱାରା ପୂଜା ପାଠ କରାଯାଇ ସାବିତ୍ରୀ ଓଷା ବହି ପାଠ କରାଯାଇଥିଲା। ପୁରାଣରେ ଅଛି ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରିଥିଲେ। ବାହାଘର ବେଳେ ନାରଦ ମଦ୍ର ରାଜାଙ୍କୁ କହିଥିଲେ ସତ୍ୟବାନର ଆୟୁଷ ଏକ ବର୍ଷ ବାକି ଅଛି, ତେଣୁ ସେଠାରେ ଝିଅକୁ ବାହା ଦେବା ଉଚିତ ହେବ ନାହିଁ। ନିଜ ଜିଦରେ ଅଟଳ ସାବିତ୍ରୀ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଯମଙ୍କୁ ପୂଜା କରି ତାଙ୍କ ଠାରୁ ବରପ୍ରାପ୍ତ ହୋଇ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ। ସାବିତ୍ରୀ ବ୍ରତ ଉପଲକ୍ଷେ ମନ୍ଦିର ଗୁଡିକରେ ବହୁତ ଭିଡ ଦେଖିବାକୁ ମିଳିଥିଲା ।

Share

Leave a Reply