ସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

You are currently viewing ସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଗିରୀଶ ଚନ୍ଦ୍ର ପ୍ରଧାନଙ୍କୁ ଏ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟ ଭାର ହସ୍ତାନ୍ତର କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ଶ୍ରୀ ପ୍ରଧାନ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଯେ, ଶିମିଳିପାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ୟାସ୍ ବୁକ, ପାସ ବୁକ, ରେଜିଷ୍ଟରରେ ଦସ୍ତଖତ କରିବାକୁ ଦେଲେ ନାହିଁ। ଓଲଟା କହିଲେ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ଏପରି କୌଣସି ବିଧି ବ୍ୟବସ୍ତା ନାହିଁ। ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଛେଣ୍ଡିପଦା ବିଡିଓଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଜଣାଇଲେ। ବିଡିଓ ଶିମିଳିପାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଫୋନ କରିବାରୁ ସେ ଫୋନ ଉଠେଇ ନଥିଲେ। ଏ ବାବଦରେ ବିଡିଓ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ବିଡିଓ ଏବଂ ଶିମିଳିପାଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

Share

Leave a Reply