ଏନଟିପିସି- ଥର୍ମାଲରେ ସୁରକ୍ଷା ନେତୃତ୍ୱ ଟ୍ରେନିଂ

You are currently viewing ଏନଟିପିସି- ଥର୍ମାଲରେ ସୁରକ୍ଷା ନେତୃତ୍ୱ ଟ୍ରେନିଂ

 

ଅନୁଗୁଳ: ମେସର୍ସ ଏଏସକେ-ଇଏସଏଚ ଗ୍ରୁପ ସହାୟତାରେ ମେ’ ୧୦ ଓ ୧୧ ତାରିଖରେ ତାଳଚେର ଥର୍ମାଲ ଏନଟିପିସିରେ ସୁରକ୍ଷା ଓ ନେତୃତ୍ୱ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।

ଏହାକୁ ତାଳଚେର ଥର୍ମାଲ ର କାର୍ଯ୍ୟକାରୀ ନିର୍ଦେଶକ ଗୌତମ ଦେବ ଉଦଘାଟନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଏମ ପ୍ରୋଜେକ୍ଟ ଜେ.ପି ରାୟ, ଜି.ଏମ ଦୀପକ, ଭେଲର ଜିଏମ ପ୍ରୋଜେକ୍ଟ ଏସ.କେ କୋଡାପେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ମୁଖ୍ୟତଃ ସୁରକ୍ଷା ଓ ସୁରକ୍ଷା ସମ୍ପର୍କିତ ନେତୃତ୍ୱ ଦ୍ୱାରା କାର୍ଯ୍ୟସ୍ଥଳୀରେ ସୁରକ୍ଷିତ ରହିବା ଓ ଭବିଷ୍ୟତରେ ସୁରକ୍ଷାକୁ ଆହୁରି ମଜଭୁତ କରିବା ଉପରେ ଭାବ ବିନିମୟ କରାଯାଇଥିଲା। ନିଜ ବକ୍ତବ୍ୟ ରେ ଶ୍ରୀ ଦେବ ସୁରକ୍ଷା ସମ୍ପର୍କରେ ନେତୃତ୍ୱ ଆଜିର ପ୍ରକଳ୍ପ ପାଇଁ କେତେ ଦରକାରୀ ଓ ସୁରକ୍ଷା ନିୟମାବଳୀର ଉପଯୋଗ ଆଜି ଓ ଆସନ୍ତା କାଲିକୁ ସୁରକ୍ଷିତ ରଖିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ସୋନାଲ ନାଙ୍ଗିଆ ଓ ଜେ.କେ. ଆନନ୍ଦ ସୁରକ୍ଷା କିପରି ସାମାଜିକ ଓ ନୈତିକ ବିକାଶ ରେ ସାହାଯ୍ୟ କରିବ ତଥା ପ୍ଲାଣ୍ଟର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସମୟରେ ସୁରକ୍ଷାକୁ କିପରି ଶୀର୍ଷ ସ୍ଥାନ ଦିଆଯିବ ସେ ସମ୍ପର୍କରେ ବୁଝାଇ ଥିଲେ।

ଏହି କର୍ମଶାଳା ସମସ୍ତ ସୁରକ୍ଷା ଟ୍ରେନିଂର ଅଧିକାରୀ ମାନଙ୍କୁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲା।

Share

Leave a Reply