ଆମ୍ ଆଦ୍‌ମୀ ପାର୍ଟି ତରଫରୁ ସହିଦ୍ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

You are currently viewing ଆମ୍ ଆଦ୍‌ମୀ ପାର୍ଟି ତରଫରୁ ସହିଦ୍ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ତାଳଚେର: ତାଳଚେର ପୌରାଞ୍ଚଳର ହାଟ ତୋଟା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ୍ ସ୍ତମ୍ଭରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ସହିଦ୍ ଦିବସ ପାଳିତ ହୋଇଛି। ଜିଲ୍ଲା ସଭାପତି ଜ୍ୟୋତି ରଂଜନ ପଣ୍ଡାଙ୍କ ନେତୃତ୍ୱରେ ସଦସ୍ୟମାନେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭାରତମାତାର ସୁପୁତ୍ର ଦେଶର ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହିଦ୍ ଭଗତ୍ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ସହିଦ୍ ଦିବସରେ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ସହ ନିକଟରେ ଥିବା କାରଗିଲ୍ ସହିଦ୍ ରଂଜନ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ସଦସ୍ୟମାନେ ମାଲ୍ୟାର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବିକା ଶୋଭାଗିନୀ ଦେବୀ, ଶରତ ଚନ୍ଦ୍ର ଦାସ, ପଙ୍କଜ ନାଏକ, ଜିଲ୍ଲା ସଂଗଠନର ସାଧାରଣ ସଂପାଦକ ରଂଜିତ୍ କୁମାର ମହାପାତ୍ର, ଆଲୋକ ଭୂତିଆ, ଟୁକୁନ୍ ମହାପାତ୍ର, ଅନୁକୂଳ ନାଏକ, ଅକ୍ଷୟ ନାଏକ, ଶ୍ରୀତମ ନାଏକ, ରିଂକୁ ନାଏକ ପ୍ରମୁଖ ଆମ୍ ଆଦ୍‌ମୀ ପାର୍ଟିର ସଦସ୍ୟ ଯୋଗଦେଇଥିଲେ।

Share

Leave a Reply