ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶିମିଳିଛୁଇଁ ଗାଁର ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଦିଅର ମାଡ଼ମାରି ଗୁରୁତର ଆହତ କରିଛନ୍ତି। ସୂଚନା ଅନଯାୟୀ, ଗାଁର ମାମୁଲି ମହାଳିକଙ୍କ ସ୍ତ୍ରୀ ଝରଣା ସମ୍ପର୍କୀୟ ଦିଅର ଶୁଭେନ୍ଦୁ ମହାଳିକଙ୍କୁ ଥଟାରେ ଶୁକ୍ରବାର କିଛି କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶୁଭେନ୍ଦୁ ଝରଣାଙ୍କୁ ନିସ୍ତୁକ ମାଡ଼ ମାରିବାସହ ତାଙ୍କ ହାତ ଭାଙ୍ଗି ଦେଇଛନ୍ତି। ଏ ନେଇ ଝରଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ସମ୍ପର୍କୀୟ ଦିଅର ମାଡ଼ରେ ଭାଉଜ ଗୁରୁତର
- Post published:February 5, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
