ନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

You are currently viewing ନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

କଣିହାଁ: କଣିହାଁ ବ୍ଲକ୍‌ର ନାଲମଠାରେ ନୃସିଂହ କ୍ରିକେଟ୍ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ତିନି ଟିକିଆ ଫାଇନାଲ ମ୍ୟାଚରେ ରଘୁନାଥପୁରକୁ ପରାସ୍ତ କରି ସାନତ୍ରିବିଡ଼ା ଚାମ୍ପିଅନ୍ ହୋଇଥିଲା । ଗତ ୧ ତାରିଖଠାରୁ ଚାଲିଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ମୁଖ୍ୟ ଅତିଥି, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ଵତନ୍ତ୍ର ଅତିଥି, ବ୍ଲକ୍ ଅଧ୍ୟକ୍ଷା ନମିତା ସାହୁ, ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ଦଲିକ ସରପଞ୍ଚ ପୁଷ୍ପଲତା ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ବିନୟ କୁମାର ପ୍ରଧାନ, ପବିତ୍ର ମୋହନ ସାହୁ, ପରମାନନ୍ଦ ସାହୁ, ରମେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ଅଖିଳ ସାହୁ, ଟିକନ ଗୋଚ୍ଛାୟତ, ଦୁଷ୍ମନ୍ତ ଗୋଚ୍ଛାୟତ ଖେଳ ପରିଚାଳନା କରିଥିଲେ। ମ୍ୟାନେଜର ଜନକ ବେହେରା, ପପୁ ମହାନ୍ତି, ଚନ୍ଦନ ବେହେରା, ସୁଶାନ୍ତ ଡାକୁଆ, ମୁକୁ ବାରିକ, ରଞ୍ଜନ ନାଏକ, ଚିଭ ସାସମଲ, ପୁଣ୍ତ ସାହୁ, ସୁମନ୍ତ ସାମଲ, ସିପୁନ ଡାକୁଆ, ଜିତୁନ ବେହେରା, ପ୍ରଭାତ ପ୍ରଧାନ, ସୁଜିତ୍ ନାହାକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply