ଡ଼ାକ୍ତରଙ୍କ ଘରୁ ଚନ୍ଦନଗଛ ଚୋରି

You are currently viewing ଡ଼ାକ୍ତରଙ୍କ ଘରୁ ଚନ୍ଦନଗଛ ଚୋରି

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଡାକ୍ତରଙ୍କ ଘରୁ ଚନ୍ଦନ ଗଛ ଗୁରୁବାର ରାତିରେ ଚୋରି ହୋଇଛି। ଗୁରୁବାର ରାତିରେ ଦୁଇ ଜଣ ଚୋର ସିମିଳିପଡ଼ାରେ ରହୁଥିବା ଡା ମହାମିଲନ ମୁର୍ମୁଙ୍କ ଘର ପାଚେରୀ ଡେଇଁବାଡ଼ିରେ ଥିବା ଦୁଇଟି ଚନ୍ଦନ ଗଛ କାଟି ନେଇଛନ୍ତି। ବିଳମ୍ବିତ ରାତିରେ ମେସିନ କରତରେ ୨ଟି ଗଛକୁ କାଟି ନେଇଛନ୍ତି। ଘର ଚାରିପଟେ ଏବଂ ଗୋଟିଏ ଚନ୍ଦନ ଗଛରେ ସିସିଟିଭି କ୍ୟାମେରା ଲାଗିଥିଲା। ତେବେ ଚୋର ୨ ଜଣ ଅତି ଚତୁରତାରସହ ଗଛରେ ଲାଗିଥିବା କ୍ୟାମେରାକୁ ଭାଙ୍ଗିଦେଇ ମୁହଁ ଲୁଚାଇ ସନ୍ତର୍ପଣରେ ଗଛର ଗଣ୍ଡିକୁ ନେଇଯାଇଛନ୍ତି।

Share

Leave a Reply