ଅନୁଗୁଳ: ସୋମବାର ପୁର୍ବାହ୍ନରେ ଅନୁଗୁଳ ରାଜାଛକ-ମାଛମାର୍କେଟ ରାସ୍ତାରେ ଏକ ଷଣ୍ଢ ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ନାକେଦମ୍ ହେବା ସହ ପଥଚାରୀଙ୍କୁ ଆତଙ୍କିତ କରିଥିଲା ଷଣ୍ଢଟି ଉକ୍ତ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲର ଖଲି ଭର୍ତି ଡ୍ରମରୁ ପତ୍ର ଖାଉଥିବା ବେଳେ ତାର ମୁଣ୍ଡଟି ବହାରିନଥିଲା। ଆତଙ୍କିତ ଷଣ୍ଢଟି ଗର୍ଜନ ତର୍ଜନ କରି ଧାଁ ଦୌଡ କରିବାରୁ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ଶେଷରେ ହୋଟେଲ କର୍ମଚାରୀ ଷଣ୍ଢ କୁ ନିୟନ୍ତ୍ରଣ କରି ମୁଣ୍ଡରୁ ଡ୍ରମକୁ ବାହାର କରିଥିଲେ।
ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ଷଣ୍ଢ ନାକେଦମ୍
- Post published:November 8, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


