ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

You are currently viewing ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ, ଯୋଗ ଦେଲେ ୧୪୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା

ତାଳଚେର: ତାଳଚେର ବଡ଼ଯୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡଯୋରଡା, ଆମ୍ବମୁଣ୍ଡା, ନୂଆଁ ଗାଁ, ତାଳଚେର, ଦେଉଳବେଡା, ବିକ୍ରମପୁର, କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୪୮ ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବରେ କ୍ଷେତ୍ରୀୟ ସଙ୍ଗୀତ ପ୍ରମୁଖ ପି.ମୋହନ ରାଓ ପାତ୍ର ଓ ମୁଖ୍ୟ ବକ୍ତା ଭାବରେ ‘ରାଷ୍ଟ୍ରଦୀପ’ ସାପ୍ତାହିକ ପତ୍ରିକାର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତର ବୈଭବଶାଳୀ ସଂସ୍କୃତି, ପରମ୍ପରା

ସମ୍ବଦ୍ଧରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ, ସଙ୍କୁଳ ପ୍ରମୁଖ ପ୍ରମୋଦ କୁମାର ମିଶ୍ର, ବଡଯୋରଡା ଶିଶୁମନ୍ଦିରର ସଭାପତି ସୁରେଶ ଚନ୍ଦ୍ର ସାହୁ, ସଂପାଦକ ଗଗନ ବିହାରୀ ସାହୁ ଓ ପ୍ରଧାନାଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ, ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply