ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି

You are currently viewing ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା ସମିତି ଗଠନ ହୋଇଛି। ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଯୁଗ୍ମସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ, ମଧ୍ୟ ସମ୍ଭାଗ ସଭାପତି ପରେଶଚନ୍ଦ୍ର ପଟ୍ଟନାୟକ, ସମ୍ଭାଗ ସଂଯୋଜକ କିଶୋର କୁମାର ପଣ୍ଡା, ଅନୁଗୁଳ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ତଥା ଅନୁଗୁଳ ସଂକୁଳ ପ୍ରମୁଖ ହରମୋହନ ଦାସଙ୍କ ଉପସ୍ଥିତିରେ ଓ ସର୍ବସମ୍ମତିକ୍ରମେ ନୂତନ ପରିଚାଳନା କମିଟିର କର୍ମକର୍ତା ଚୟନ କରାଯାଇଥିଲା। ନୂତନ ପରିଚାଳନା ସମିତିରେ ପ୍ରଫୁଲ୍ଲ କୁମାର ସାହୁ ସଭାପତି, ସନ୍ତୋଷ କୁମାର ମୋଦୀ ଉପସଭାପତି, ଧନେଶ୍ୱର ନାଏକ ସମ୍ପାଦକ, ଅଶୋକ କୁମାର ପ୍ରଧାନ ଯୁଗ୍ମସମ୍ପାଦକ, ସନ୍ତୋଷ କୁମାର ଶତପଥୀ କୋଷାଧ୍ୟକ୍ଷ, ନିବେଦିତା ଦାଶ ସଦସ୍ୟା, ମାନସୀ ନନ୍ଦ ସଦସ୍ୟ ତଥା ବୈଦ୍ୟନାଥ ସାମଲଙ୍କୁ ଆଚାର୍ଯ୍ୟ ପ୍ରତିନିଧି ଭାବେ ଚୟନ କରାଯାଇଛି। ନୂତନ ପରିଚାଳନା ସମିତିଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଶ୍ରୀରାମ ନବମୀ ଉତ୍ସବ ତଥା ଏକ ଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଓ ସହ ପ୍ରଧାନଆଚାର୍ଯ୍ୟ ପ୍ରତାପ କୁମାର ରଥଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା।

Share

Leave a Reply