ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ଝୁଲାଇଛନ୍ତି। ଏଥିସହ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଦିବି ଉପସ୍ଥାପନ କରିଛନ୍ତି। ବିଦ୍ୟାଳୟର ୪ ଜଣ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଥିବାରୁ ଶିକ୍ଷକ ଅଭାବ ଦେଖାଦେଇଛି। ପୁନଃ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୨୦ ଦିନ ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ। ଜିଲ୍ଲା ଶିକ୍ଷା ବିଭାଗ କିଛି ପଦକ୍ଷେପ ନ ନେବାରୁ ପୁଣି ଥରେ ନଭେମ୍ବର ୨୫ ତାରିଖରେ ଲିଖିତ ଭାବେ ତାଲା ବନ୍ଦ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ବିଗତ ୮ ଦିନ ହେଲା ବିଦ୍ୟାଳୟରେ ତାଲା ପଡ଼ିବା ସତ୍ତ୍ଵେ ଶିକ୍ଷା ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ପୁଣିଥରେ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ଆଗାମୀ ଦିନରେ ପଞ୍ଚାୟତ ବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
1
f600b249-5c54-442c-a949-d6bc81000fab