୫୪ ତମ ରାଜ୍ୟ ସ୍ତରୀୟ ଖୋ-ଖୋ ଚାମ୍ପିଅନସିପ ଉଦ୍‌ଘାଟିତ

You are currently viewing ୫୪ ତମ ରାଜ୍ୟ ସ୍ତରୀୟ ଖୋ-ଖୋ ଚାମ୍ପିଅନସିପ ଉଦ୍‌ଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ମହକୁମା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଉଦଘାଟନ କରିଥିଲେ। ଏହି ଖେଳରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଶ୍ରେଷ୍ଠତା ଅର୍ଜନ କରିବାକୁ ଶ୍ରୀ ବେହେରା ଖେଳାଳି ମାନଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପାଳଲହଡା ବିଧାୟକ ମୁକେଶ କୁମାର ପାଲ ଯୋଗଦେଇ ଅନୁଗୁଳ ଜିଲ୍ଲାରେ ଖୋ-ଖୋ ଖେଳ ଆୟୋଜନ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଓଡିଶା ଖୋ-ଖୋ ଆସୋସିଏସନ୍ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ସ୍ବାଗତ ଅଭିଭାଷଣ ଦେଇଥିଲେ। ସୂଚନା ମୁତାବକ, ଏଥିରେ ୨୨ ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଛନ୍ତି। ଏହିଠାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ। ରାଜ୍ୟ ସ୍ତରରୁ ୫୦ ଜଣ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରରୁ ୬୦ ଜଣ କର୍ମକର୍ତ୍ତା ଓ ସ୍ବେଛସେବୀ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଛନ୍ତି। କ୍ରୀଡା ଶପଥ ପାଠ ପ୍ରତିକ୍ଷା ପରିତା କରିଥିବା ବେଳେ ଆନ୍ତର୍ଜାତୀୟ ଖେଳାଳୀ ବାଲେଶ୍ବରର ସତ୍ୟଜିତ୍ ସିଂହ, ଜଗତସିଂହପୁରର ସସ୍ମିତାନାଥ ଶର୍ମା ଓ କିଟ୍ ବିଶ୍ବବିଦ୍ୟାଳୟର ମନ୍ଦାକିନି ମାଝି ଏହି କ୍ରୀଡାରେ ଯୋଗଦାନ କରିଥିଲେ। ଚଳିତ ମାସ ୧୫ ତାରିଖ ଦିନ ଏହି ଚମ୍ପିଅନ୍ଶିପ୍ ଉଦଯାପିତ ହେବ। କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରିକ ଶିକ୍ଷା ଅଧୁକାରୀ ପ୍ରଶାନ୍ତ କୁମାର ସିହ୍ନା, ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ, ଭିକାରୀବନ୍ଧୁ ସାହୁ, ଭବାନି ଶଙ୍କର ମିଶ୍ର, ବିରେନ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply