ନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

You are currently viewing ନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ନାଲକୋନଗରରେ ବିଶ୍ୱପ୍ରସିଦ୍ଧ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ପୂଜାର ଦ୍ୱିତୀୟ ସନ୍ଧ୍ୟା ଜମିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଆସିଥିଲେ। ପ୍ରାୟ ଦୁଇ କିଲୋମିଟର ବ୍ୟାପୀ ୧୯ ଟି ପୂଜା ମଣ୍ଡପ ସାଙ୍ଗକୁ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ମଧୁସୂଦନ ପାର୍କ ସାମ୍ନାରେ ପଡିଥିବା ମୀନାବଜାର, ରାମଦୋଳି, ଚକ୍ରି ଦୋଳି, ବ୍ରେକ ଡ୍ୟାନ୍ସ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସେହିପରି ଛୋଟପିଲା ଘୋଡାଦୋଳି, କାରଦୋଳି, ଉଚ୍ଚଡିଆଁ ଆଦି ଖେଳର ମଜା ନେଉଛନ୍ତି। ଫୁଡଷ୍ଟଲରେ ଚାଟ, ଗୁପଚୁପ, ଠୁଙ୍କାପୁରି ଲଙ୍କାଚପ, ମନଚୁରିଆନ ଖାଇବାକୁ ଗ୍ରାହକଙ୍କ ଭିଡ଼ କହିଲେ ନ ସରେ। ଏଥି ସହ ଘରକରଣା ଜିନିଷପତ୍ର ପାଇଁ ପଲ୍ଲୀଶ୍ରୀ ମେଳାରେ ମହିଳା ମାନଙ୍କର ଭିଡ଼ ଲାଗିଛି।

ଲୋକଙ୍କ ଭିଡ଼କୁ ଆଖି ଆଗରେ ରଖି ନାଲକୋ ତଥା ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ ସ୍ଥାନରେ ଏଲଇଡି ଟିଭି ଖଞ୍ଜାଯାଇଛି। ମଦ୍ୟପଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଗାଡି ବୁଲୁଥିବା ଜଣାଯାଇଛି।

Share

Leave a Reply