ଦ୍ବାଦଶ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ଅଭିଜିତ ଓ ଦୀପ୍ତିରେଖା ଝୁଁମେଇଲେ

You are currently viewing ଦ୍ବାଦଶ ଜିଲ୍ଲା ମହୋତ୍ସବର ୨ୟ ସନ୍ଧ୍ୟା: ଅଭିଜିତ ଓ ଦୀପ୍ତିରେଖା ଝୁଁମେଇଲେ

ଅନୁଗୁଳ: ଦ୍ବାଦଶ ଅନୁଗୁଳ ଜିଲ୍ଲା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କନକବର୍ଦ୍ଧନ ନିଜ ଅଭିଭାଷଣରେ ଅନୁଗୁଳକୁ ଓଡ଼ିଶାର ହୃଦୟ ବୋଲି ଆଖ୍ୟା ଦେଇଥିଲେ।ଖଣି ଖାଦାନରେ ଭରା ଅନୁଗୁଳ ଜିଲ୍ଲାର ପ୍ରଗତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ,ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ,ଏସପି ରାହୁଲ ଜୈନ,ଏମସିଏଲ, ଟିଟିପିଏସ୍,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିନିଧି ମାନେଯୋଗ ଦେଇଥିଲେ। ଆଇଜି ଶ୍ରୀ ଭୋଇ ନିଜ ଭାଷଣରେ ସାଇବର କ୍ରାଇମ୍ ପ୍ରତି ସତର୍କ ରହିବାକୁ ଚେତାଇ ଦେଇଥିଲେ। ଏସପି ଶ୍ରୀ ଜୈନ ଅନୁଗୁଳର କଳା ସଂସ୍କୃତିର ପ୍ରଶଂସା କରିବା ସହ ପୋଲିସର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅଖତାର ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିନ୍ଦଲର ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହାନ୍ ଅନୁଗୁଳ lର ପ୍ରଗତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ
ବୋଲି ପ୍ରକାଶ କରିଥିଲେ। ସଭା ଆରମ୍ଭରେ ଏଡିଏମ୍ ଉଦୟ କୁମାର ମପାତ୍ର ସ୍ବାଗତ ଭାଷଣ ଦେଇଥିଲେ।

ଏହାପରେ ଅନୁଗୁଳ, ତାଳଚେର, ସାଉଥବଲଣ୍ଡାର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ।ଶେଷରେ ଅଭିଜିତ ମଜୁମଦାର ଏବଂ ଦିପ୍ତିରେଖା ପାଢ଼ୀଙ୍କ ମନଛୁଆଁ ସଙ୍ଗୀତ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା।

Share

Leave a Reply