୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

0

ଅନୁଗୁଳ: ଡାଏଲ୍ ୧୧୨ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅଗ୍ନିଶମ, ପୁଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏଥର ଜରୁରିକାଳୀନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ୱରକୁ ଡାଏଲ କରିବାକୁ ପଡ଼ିବ ନାହିଁ । କିନ୍ତୁ ଏବେ ରାଜ୍ୟ ସରକାର ଏଥିରେ ବଡ ପରିବର୍ତ୍ତନ ଆଣିଛନ୍ତି ।  ଲୋକଙ୍କୁ କେବଳ ଗୋଟିଏ ନମ୍ବର ୧୧୨ରେ ଡାଏଲ କରିବାକୁ ପଡିବ। ଗତକାଲି ଠାରୁ ଅନୁଗୁଳରେ ମଧ୍ୟ ଏହି ସେବା ଆରମ୍ଭ ହୋଇଛି।

online coaching

Leave A Reply

Your email address will not be published.