କଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

You are currently viewing କଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ଅନୁଗୁଳ: କଣିହାଁ ଟ୍ରକ ମାଲିକ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କଣିହାଁ ଠାରେ ଆୟୋଜିତ ପ୍ରତିବାଦ ସଭାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଟ୍ରକ ମାଲିକ ସଂଘ ପକ୍ଷରୁ ଓଭରଲୋଡ୍ ପରିବହନ ବନ୍ଦ, ପାଉଁସ ପରିବହନ ପାଇଁ ଉଚିତ ଭଡା ନିର୍ଦ୍ଧାରଣ ଏବଂ ସରକାରଙ୍କ ପରିବହନ ଓ ପ୍ରଦୂଷଣ ନିୟମ ଅନୁଯାୟୀ ଟ୍ରକ ଚଳାଚଳ ଆଦି ଯୁକ୍ତିଯୁକ୍ତ ଦାବି ନେଇ ଆନ୍ଦୋଳନ ଚାଲିଛି।

ସଭାରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଟ୍ରକ ମାଲିକ ଓ ଚାଳକମାନଙ୍କ ସମସ୍ତ ନ୍ୟାୟସଙ୍ଗତ ଦାବିକୁ ସେ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗରେ ସେ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply