ସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

0

ଅନୁଗୁଳ: ଅନଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କାଜୁଆଲିଟି ରେ ଜଣେ ସିକ୍ୟୁରୀଟି ରୋଗୀକୁ ଇଂଜେକ୍ସନ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ଏଡିଏମଓ ମେଡିକାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଗତ ୭ ତାରିଖ ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା କୁହାଯାଉଛି।କାଜୁଆଲିଟିରେ ୨୪ ଘଣ୍ଟା ପର୍ଯ୍ୟାୟକ୍ରମେ ମେଲ ଷ୍ଟାଫ ନର୍ସ, ଆଟେଣ୍ଡାଟ ,ସିକ୍ୟୁରୀଟି ଆଦି ପୋଷ୍ଟିଂଗ କରାଯାଇଥାଏ।ସେମାନଙ୍କ ଉପସ୍ଥିତି ସତ୍ତ୍ୱେ ସିକ୍ୟୁରୀଟି କିଭଳି ଏଭଳି ଦୁଃସାହସ କଲେ ତାହା ଅନେକଙ୍କୁ ତାଯୁବ କରିଛି। ଏ ଘଟଣାରେ ଅନୁଗୁଳ ମେଡିକାଲରେ ଚାଲିଥିବା ଅବ୍ୟବସ୍ଥା ପଦାରେ ପଡିଥିବାବେଳେ ଏଡିଏମଓ ମେଡିକାଲ ଡା. ମାନସ ରଞ୍ଜନ ବିଶ୍ୱାଳ ଦୁଇ ଦିନ ଭିତରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!