ସେୟାର ବଜାରରେ ଝଡ଼: ସୋମବାର ୭୦୦ ଅଙ୍କ ଖସିଲା ସେନସେକ୍ସ

You are currently viewing ସେୟାର ବଜାରରେ ଝଡ଼: ସୋମବାର ୭୦୦ ଅଙ୍କ ଖସିଲା ସେନସେକ୍ସ

ମୁମ୍ବାଇ: ଆଜି ସପ୍ତାହର ପ୍ରଥମ ଦିନରେ ସେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ସେୟାର ଧରାଶାୟୀ ହୋଇଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ହ୍ରାସ ସହିତ ପ୍ରମୁଖ ବେଞ୍ଜମାର୍କ ଇଣ୍ଡେକ୍ସ ଖୋଲିଛି। ଅଟୋ ଏବଂ ଆଇଟି ସେକ୍ଟରର ସେୟାର ହ୍ରାସ ପାଇଛି । ପୂର୍ବାହ୍ନ ୯ଟା ୫୦ରେ, ସେନସେକ୍ସ ୭୨,୦୮୯.୪୮, -୫୭୪.୯୯(୦.୭୯%) ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି ୧୫୯.୨୧ (୦.୭୨%) ପଏଣ୍ଟରୁ ୨୧,୮୯୬.୦୦କୁ ଖସି ଆସିଥିଲା।

ଏହି ଅବଧି ମଧ୍ୟରେ ଭାରତ ଭିଆଇଏକ୍ସ ସୂଚକାଙ୍କ ଯାହା ବଜାରର ପରିବର୍ତ୍ତନକୁ ମାପ କରିଥାଏ ତାହା ୧୪% କୁ ବୃଦ୍ଧି ପାଇଥିଲା। ଟାଟା ମୋଟର୍ସ, ଟାଟା ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ, ମାରୁତି, ଏନଟିପିସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ପାୱାର ଗ୍ରୀଡର ସେୟାର ସେନସେକ୍ସରେ ସର୍ବାଧିକ ହ୍ରାସ ଦେଖାଦେଇଥିଲା।

ଅନ୍ୟପକ୍ଷରେ, ବଜାର ଖୋଲିବା ସମୟରେ ସନ୍ ଫାର୍ମା, ଏଚୟୁଏଲ ଏବଂ କୋଟାକ୍ ବ୍ୟାଙ୍କର ଶେୟାର ସବୁଜ ରଙ୍ଗରେ କାରବାର କରୁଥିବା ଦେଖିବାକୁ ମିଳିଥିଲା।

୨୦୨୪ର ଚତୁର୍ଥ ତ୍ରୟମାସିକରେ ଏକତ୍ରିତ ନିଟ୍ ଲାଭ ବର୍ଷ ତୁଳନାରେ ୧୦୧% ବୃଦ୍ଧି ପାଇ ୨୧୯.୭୫ କୋଟିରେ ପହଞ୍ଚିଛି।

Share

Leave a Reply