୫ରୁ ବୁଲିବ ‘ଗାଁ ଆମ୍ବ ପସରା’ ଗାଡ଼ି, ଫୋନ୍ କଲେ ଘରେ ପହଞ୍ଚିବ ସ୍ବାଦିଷ୍ଠ ଆମ୍ବ

0

ଅନୁଗୁଳ: ଜିଲ୍ଲାର ସୁଆଦିଆ ଓ ରସାଳ ଆମ୍ବକୁ ଗାଁ’ରେ ଓ ପୌରାଞ୍ଚଳର ପ୍ରତି ଘର ମୁହଁରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୫ ତାରିଖରୁ ଉତ୍ପାଦକ ଦଳ ଓ କୃଷକ ଉତ୍ପାଦକ ସଂଘ ଦ୍ବାରା ଅମଳ ହେଉଥିବା ବିଭିନ୍ନ କିସମର ଆମ୍ବକୁ ୪ଟି ‘ଗାଁ ଆମ୍ବ ପସରା’ ଗାଡ଼ିରେ ଖୁଚୁରା ବିକ୍ରୟ କରାଯିବ । ଆସନ୍ତା ସାବିତ୍ରୀ ବ୍ରତ ଓ ରଜ ପର୍ବକୁ ଦୃଷ୍ଟିରେ ରଖି ଖାଉଟିମାନଙ୍କ ଘରେ ଏହି ଆମ୍ବ ପହଞ୍ଚିବ । ଆମ୍ରପାଲି, ଦଶେରୀ, ଲେଙ୍ଗଡା, ବମ୍ବେଗ୍ରୀନ୍ ହେମସାଗର, ସୁନ୍ଦରୀ, ମଲ୍ଲିକା ଓ ବାଇଗଣପଲେଇ ଭଳି ବିଭିନ୍ନ କିସମର ଆମ୍ବ ୪ଟି ଗାଡ଼ି ଯୋଗେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ପହଞ୍ଚିଯିବ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ୫ ତାରିଖ ଦିନ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନ୍‌ଟିପିସି କଣିହାଁ, ଏମ୍‌ସିଏଲ୍‌ ଚାଳଚେର, ଟିଟିପିସିଏସ୍ ତାଳଚେର, ତାଳଚେର ପୌରାଞ୍ଚଳରେ ହୋମ୍ ଡେଲିଭରି ଦେବା ପାଇଁ ଖାଉଟି ସୁମନ୍ତ ପ୍ରଧାନ(୯୧୨୪୫୬୯୧୬୯) ଓ ସବିତା ପ୍ରଧାନ(୭୭୫୨୦୦୪୧୨୪)ଙ୍କୁ ଯୋଗାଯୋଗ କରିପାରିବେ । ସେହିପରି ଜେଏସ୍‌ପିଏଲ୍‌ ଟାଉନ୍‌ସିପ୍, ନିଶା, ହୁଲୁରିସିଂହା, ମିଶ୍ରପଡ଼ା, ହେମସୁରପଡ଼ା, ଅନୁଗୁଳ ସରକାରୀ ମହାବିଦ୍ୟାଳୟ ଓ ହାକିମପଡ଼ା ଅଞ୍ଚଳରେ ହୋମ୍ ଡେଲିଭରି ପାଇବା ପାଇଁ କପିଳେନ୍ଦ୍ର ମୁଦୁଲି (୭୮୯୪୨୨୩୪୪୩)ଙ୍କୁ ଯୋଗାଯୋଗ କରିବାକୁ ପଡ଼ିବ। ବଇଣ୍ଡା, କିଶୋରନଗର, ଆଠମଲ୍ଲିକ ଏନ୍‌ଏସି ପାଇଁ ଅଭିଷେକ ମହାପାତ୍ର (୮୪୫୭୦୯୫୧୦୩) ଙ୍କୁ ଯୋଗାଯୋଗ କରିପାରିବେ। ଅନିଲ୍ କୁମାର ପ୍ରଧାନ (୯୯୩୮୭୦୩୪୪୫) ଓ ମାୟାଧର ମିଶ୍ର (୯୮୬୧୧୭୩୮୫୭)ଙ୍କୁ ଯୋଗାଯୋଗ କଲେ ତାମ୍ରିତ୍ କଲୋନୀ, ଅମଲାପଡ଼ା, ନାଲକୋନଗର, ଟାଟା ବିଏସ୍ଏଲ୍, ରାଜକିଶୋରପଡ଼ା ଓ ଶିମିଳିପଡ଼ା ଅଞ୍ଚଳରେ ହୋମ୍ ଡେଲିଭରି ମିଳିବ। ଅମ୍ବର ମୂଲ୍ୟ ବାଦ୍ ପ୍ରତ୍ୟେକ ହୋମ୍ ଡେଲିଭରି ପାଇଁ ଅଧିକ ୧୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବିକ୍ରି କରାଯିବ । ଏହି  ଆମ୍ବବିକ୍ରିି ପ୍ରସ୍ତୁତି କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ‘ଓରମାସ୍” ଦ୍ଵାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ‘ଓରମାସ୍’ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସଙ୍କ ସମେତ ବିଭିନ୍ନ ବିଭାଗ, ଉତ୍ପାଦକ ଦଳ, କୃଷକ ଓ ଉତ୍ପାଦନ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

online coaching

Leave A Reply

Your email address will not be published.