ଅନୁଗୁଳ: ଗତ ଦୁଇ ଦଶନ୍ଧି ଧରି ଅନୁଗୁଳର ପରିବେଶ ବିଗିଡ଼ିବାରେ ଲାଗିଛି। ଜିଲ୍ଲା ପରିବେଶ ସମିତି ତଥା ଜିଲ୍ଲାର ମୁଖିଆମାନେ ଏଥିପ୍ରତି ଯେଭଳି ଦୃଷ୍ଟି ଦେବା କଥା ତାହା ଦେଉନାହାନ୍ତି। ପରିବେଶ ଦିବସ ଆସିଗଲେ କାଗଜ କଲମରେ, ଖବରକାଗଜରେ ଚାରା ରୋପଣରର ଫଟୋ ଛପାଯାଏ। କିନ୍ତୁ ଦୁଇ ମାସ ପରେ ସେ ଚାରାର ସ୍ଥିତି କେହି ପରଖନ୍ତି ନାହିଁ। ଅନୁଗୁଳ ଜିଲ୍ଲାରେ ଶିଳ୍ପ ପାଇଁ ଶହଶହ ଏକର ଜଙ୍ଗଲ ଜମି କଟିଛି। ଉଦ୍ୟୋଗପତି ଏହି କ୍ଷତିର ଭରଣା ପାଇଁ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇ ଭୁଲିଯାଇଛନ୍ତି। ଏକଦା ଅନୁଗୁଳ ସହର ଭିତରେ ଅନେକ ଗଛ ଲାଗିଥିଲା। ଆଜି ସେସବୁ ନିଶ୍ଚିହ୍ନ। ସେହିଭଳି ଚାଷ ଜମି ବେଆଇନ୍ ଭାବେ ପୋତି ବଡ଼ ବଡ଼ କୋଠାଘର ତିଆରି ଚାଲିଛି। ଜମି ମାଫିଆ ଏବ˚ କିଛି ଅସାଧୁ କର୍ମଚାରୀଙ୍କ ସଲାସୁତୁରାରେ ବେଆଇନ୍ ଆପାର୍ଟମେଣ୍ଟ, ସପି˚ ମଲ୍ ଗଢ଼ି ଉଠୁଛି। ତାମଡା ଗାଇଡ୍ଲାଇନ୍କୁ ଉଲ୍ଲ˚ଘନ କରି ଏସବୁ ଚାଲିଥିଲେ ବି ଦେଖିବାକୁ କେହି ନାହିଁ। ପଥର ଓ ବାଲି ମାଫିଆଙ୍କ କବ୍ଜାରେ ଅନୁଗୁଳ। ମହାନଦୀ ଓ ବ୍ରାହ୍ମଣୀ ନଦୀକୂଳକୁ କେତେବେଳେ ଜବରଦଖଲ କରାଗଲାଣି ତ କେତେବେଳେ ବେଆଇନ୍ ବାଲି ଚାଲାଣ ଯୋଗୁଁ ପରିବେଶ ନଷ୍ଟ ହେଉଛି। କରୋନା ଯୋଗୁଁ ଗତ ଏକବର୍ଷ ଧରି ସାତକୋଶିଆ ଜଙ୍ଗଲରେ କାଠମାଫିଆ ଓ ଶିକାରୀଙ୍କ ଉତ୍ପାତ ବଢ଼ିଛି। ଶିକାରୀଙ୍କ ଗୁଳିରେ ବା ବିଦ୍ୟୁତ ତାର ଫାଶରେ ଜଙ୍ଗଲ ଜନ୍ତୁଙ୍କ ଜୀବନ ଯାଉଛି। ପରିବେଶଗତ ଅବକ୍ଷୟ ଯୋଗୁଁ ଜିଲ୍ଲାର ତାପମାତ୍ରା ବଢ଼ୁଛି। ବଡ଼ବଡ଼ିଆ ଅଫିସରମାନେ ଶୀତତାପ ନିୟନ୍ତ୍ରିତ ଘରେ ରହି ଏସବୁ ଦେଖିପାରୁନାହାନ୍ତି। କିନ୍ତୁ ଅନୁଗୁଳ ଜନସାଧାରଣ ଏହାର ପରିଣାମ ଭୋଗୁଛନ୍ତି। ଆନ୍ତରିକତା ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା, ବେଆଇନ୍ କ˚କ୍ରିଟ୍ ଜଙ୍ଗଲ ଉପରେ ରୋକ୍ ଲଗାଯିବା, ଶିଳ୍ପ ଉଦ୍ୟୋଗ ପକ୍ଷରୁ ପ୍ରଦୂଷଣ ହ୍ରାସ ପାଇଁ ଅତ୍ୟାଧୁନିକ ଉପାୟ ଅବଲମ୍ବନ କରାଯିବା କାର୍ଯ୍ୟ ଯଦି କରାନଯାଏ ତେବେ ଜିଲ୍ଲାର ବିଗିଡ଼ି ଚାଲିଥିବା ପରିବେଶ ଆହୁରି ରସାତଳକୁ ଚାଲିଯିବ ଏଥିରେ ଦ୍ୱିମତ ନାହିଁ।
