ବିପଦଜନକ ଆବର୍ଜନା ଯୋଗୁଁ ମହୁମାଛି ଓ ପ୍ରଜାପତିଙ୍କ ସଂଖ୍ୟା କମୁଛି

0

ଅନୁଗୁଳ: ଆବର୍ଜନା ସହରର ବଦନାମ୍ ମୁଣ୍ଡାଇଥିବା ଅନୁଗୁଳ ଜିଲ୍ଲାରେ ବିପଦଜନକ ଆବର୍ଜନା ଏବେ ଜନସମୁଦାୟ ପାଇଁ ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ବର୍ଷକୁ ୧,୮୮,୦୦୯.୩୦ ମେଟ୍ରିକ୍ ଟନ୍ ବିପଦଜନକ ଆବର୍ଜନା ଉତ୍ପନ୍ନ ହେଉଛି। ରାଜ୍ୟରେ ଝାରସୁଗୁଡ଼ା ପଛକୁ ଏହା ଦ୍ଵିତୀୟ ସର୍ବାଧିକ ପରିମାଣର ଆବର୍ଜନା। ମୋଟର ଅଏଲ, ଫ୍ରିଜ,ଏସି,କମ୍ପ୍ୟୁଟର,ଥର୍ମୋମିଟର, ପୋକମରା ଔଷଧ,ରେଡ଼ିଓ ଆକଟିଭ ଆବର୍ଜନା,ମେଡ଼ିକାଲ ଆବର୍ଜନା,ଫ୍ଲରିସେଣ୍ଟ ବଲବ,ଆଜବେଷ୍ଟସ,ଗାଡ଼ି ମଟର ବ୍ୟାଟେରୀ, ୱାଲ୍ ପେଣ୍ଟ ,ଆଦି ବିପଦଜନକ ଆବର୍ଜନା ଭାବେ ପରିଗଣିତ ହୋଇଥାଏ। ଏହି ସବୁ ଆବର୍ଜନା ସ୍ଥାନୀୟ ପରିବେଶ ଉପରେ ଖୁବ୍ କୁପ୍ରଭାବ ପକାଇଥାଏ। ସମ୍ଭବତଃ ଏହି କାରଣରୁ ଅନୁଗୁଳ ଜିଲ୍ଲାରେ ଅନେକ ଉପକାରୀ କୀଟ ପତଙ୍ଗଙ୍କ ସଂଖ୍ୟା କମି ଚାଲିଛି।

ଏମାନଙ୍କ ମଧ୍ୟରେ ମହୁମାଛି ଏବଂ କଙ୍କି ବା ଡ୍ରାଗନ୍ ଫ୍ଲାଏ ଅନ୍ୟତମ। ମହୁମାଛି ପରାଗ ସଙ୍ଗମରେ ସହାୟତା କରିଥାନ୍ତି। ମହୁ ମଧ୍ୟ
ଆମ ସାଧାରଣ ଜୀବନରେ ଅତି ଉପକାରୀ ଖାଦ୍ୟ ଭାବେ ଗୃହୀତ ହୋଇଥାଏ। ଜିଲ୍ଲାରେ ମହୁ ଉତ୍ପାଦନ ବେଶ୍ କମିଯାଉଥିବା ବେଳେ ନକଲି ମହୁର କାରବାର ବଢୁଥିବା ଅଭିଯୋଗ ହେଉଛି। ସେହିଭଳି କଙ୍କି ମଶା ଭଳି କ୍ଷତି କାରୀ କୀଟଙ୍କୁ ଖାଇ ଦେଇଥାଏ। ଜଙ୍ଗଲ ବିଭାଗର ରିପୋର୍ଟ ମୁତାବକ ଗୋଟିଏ କଙ୍କି ଦିନକୁ ୩୦ ରୁ ଅଧିକ ମଶା ଖାଇ ଦେଇଥାଏ।ଆଗରୁ ଅନେକ ରଙ୍ଗର ପ୍ରଜାପତି ଦେଖିବାକୁ ମିଳୁଥିଲେ। ଏବେ ସେମାନଙ୍କ ସଂଖ୍ୟା ମଧ୍ୟ କମି ଗଲାଣି। ପ୍ରଜାପତି ପରାଗ ସଂଗମରେ ମଧ୍ୟ ଯଥେଷ୍ଟ ସହାୟତା କରିଥାଏ। ଜନସମୁଦାୟ ପରିବେଶ ପ୍ରତି ସଚେତନ ନ ହେଲେ ଏହିସବୁ ଉପକାରୀ କୀଟ ସବୁ ସମ୍ପୂର୍ଣ୍ଣ ରୁପେ ଲୋପ ପାଇଯିବେ।

ବିପଦଜନକ ଆବର୍ଜନା ବା ହଜାର୍ଡସ ୱେଷ୍ଟ କିଭଳି କମ ଉତ୍ପନ୍ନ ହେବ ଏବଂ ଆମ ପରିବେଶ ଠିକ୍ ରହିବ ସେଥିପାଇଁ ଆମକୁ ମଧ୍ୟ ସଚେତନ ହେବାକୁ ପଡ଼ିବ।

Leave A Reply

Your email address will not be published.

error: Content is protected !!