ଅନୁଗୁଳ: ୨୦୧୬ ସେପ୍ଟେମ୍ବର ମାସରେ ତାଳଚେର କୋଲିୟରୀ ଥାନା ଗୋପାଳପ୍ରସାଦ ହାଇସ୍କୁଲ ସମ୍ମୁଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ, ଧମକଚମକ ଦେବା ନେଇ ଥାନାରେ ରୁଜୁ ହୋଇଥିବା ମାମଲାର ରାୟ ଅନୁଗୁଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ମଙ୍ଗଳବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋକସୋ ଜଜ୍ ପ୍ରଭାକର ଗଣ୍ଠିଆ ମାମଲାର ବିଚାର କରି ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଓରଫ୍ ଲିପୁ (୨୮)କୁ ୩ ବର୍ଷ ଜେଲ୍ ଦଣ୍ଡ ସମେତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ରାଶି ଅନାଦେୟ ଅଧିକ ଦୁଇ ମାସ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତଠାରୁ ଜରିମାନା ଆଦାୟ ହେଲେ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ପ୍ରକାଶର ଘର ବଅଁରପାଳ ଥାନା ତଳମୂଳ ଗ୍ରାମରେ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।
ନାବାଳିକା ଛାତ୍ରୀଙ୍କୁ ଗାଳିଗୁଲଜ ଧମକଚମକ; ଅଭିଯୁକ୍ତକୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା
- Post published:March 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
