ବିଜୁ ମଇଦାନ୍ ସାମ୍ମାରେ ହେବ ଫୁଡ୍ ଡୋମ୍

କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ, ଡିଆଇଜି, ଏସ୍‌ପି

0

ଅନୁଗୁଳ: ବଦଳିବ ସହରର ଚିତ୍ର । ଭଳିକି ଭଳି ସୌନ୍ଦର୍ଯ୍ୟକରଣରେ ସ୍ମାର୍ଟ ସହର ହେବ ଅନୁଗୁଳ ସହର। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଜୋରସୋରେ ଆଗେଇ ସାରିଛି। ଖୁବ୍‌ଶୀଘ୍ର ବିଜୁ ମଇଦାନ ସାମ୍ନାରେ ଏକ ଗମ୍ବୁଜାକାର ଷ୍ଟଲ୍ (ଡୋମ୍) ତିଆରି ହେବ । ସକାଳେ ଓ ସନ୍ଧ୍ୟାରେ ବିଜୁ ମଇଦାନକୁ ପରିଭ୍ରମଣ କରୁଥିବା ପଥଚାରୀ ଆବଶ୍ୟକ ପଡ଼ିଲେ ବିଶ୍ରାମ ନେବେ। ଥକ୍କା ମେଣ୍ଟାଇବେ । ସେମାନଙ୍କ ପାଇଁ ସେଠାରେ ଦୁଇରୁ ତିନୋଟି ଫୁଡ୍ ଷ୍ଟଲ ବି ଖୋଲିବ । ଫଳ ରସଠାରୁ ନେଇ ସ୍ନାକ୍ସ ଆଦି ଉପଲବ୍ଧ ହେବ। ଏହି ଡୋମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ସୋମବାର ଅପରାହ୍ନରେ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା କାର୍ଯ୍ୟର ତଦାରଖ କରିଛନ୍ତି । ୩ ଅଧିକାରୀଙ୍କୁ ପରିଦର୍ଶନ ବେଳେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୌରଯନ୍ତ୍ରୀ ସୀମାଞ୍ଚଳ ମିଶ୍ରଙ୍କ ସମେତ ପୌରପାଳିକାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!