ଅନୁଗୁଳ: ତାଳଚେରରେ ସିରିଜ ଦୁର୍ଘଟଣା। ଏକାଧିକ ଗାଡ଼ିକୁ ଧକ୍କା ଦେଲା କାର। ୧୦ରୁ ୧୫ ଜଣ ଗୁରୁତର।
ସୂଚନା ମୁତାବକ, ତାଳଚେର ମୁଖ୍ୟରାସ୍ତା ପାଇପାସ୍ ଛକ ଠାରୁ ହାଣ୍ଡିଧୂଆଁ ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ କାର୍ (ଓଡ଼ି ୧୬ଏଚ୍-୨୯୨୭) ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ ପ୍ରାୟ ୧୫ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ତାଙ୍କୁ ପିଛା କରି ଗୋଡ଼ିବନ୍ଧ ଠାରେ ଧରିଛି।
ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ନେଇଥିଲେ। ଆଉ କିଛିଙ୍କୁ ସେଣ୍ଟ୍ରାଲ ହସପିଟାଲ ଓ ଅନ୍ୟ ହସପିଟାଲକୁ ନିଆଯାଇଛି। ତେବେ ପୋଲିସ୍ କାରକୁ ଜବତ କରି ତାଳଚେର ଟାଉନଥାନାକୁ ଆଣିଥିବା ବେଳେ ଚାଳକଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।