ପାରିବାରିକ କଳିକୁ ନେଇ ବାଇକରେ ନିଆଁ ଲଗାଇଦେଲେ, ଜଳିଗଲା ସମ୍ପୂର୍ଣ୍ଣ ଘର

You are currently viewing ପାରିବାରିକ କଳିକୁ ନେଇ ବାଇକରେ ନିଆଁ ଲଗାଇଦେଲେ, ଜଳିଗଲା ସମ୍ପୂର୍ଣ୍ଣ ଘର

 

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ପରମପଶି ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି।
ଅଗ୍ନିକାଣ୍ଡରେ ଭାବଗ୍ରାହୀ ସାହୁଙ୍କ ଦୁଇ ବଖରା ଚାଳ ଘର ଓ ବିଜୟ ପ୍ରଧାନଙ୍କ ଗୋଟିଏ ମୋଟର ସାଇକେଲ ଜଳି ଯାଇଛି। ଅଗ୍ନିକାଣ୍ଡ ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। ଏ ନେଇ ଅଗ୍ନି ସେବା ଅଧିକାରୀ ଭ୍ରମରବର ମହାନ୍ତି କହିଛନ୍ତି, ବିଜୟ ପ୍ରଧାନଙ୍କ ପୁଅ କେଶବ ପାରିବାରିକ ଅସନ୍ତୋଷକୁ ନେଇ ନିଜ ବାଇକରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁ ବାଇକ ସହ ଘର ଜଳି ଯାଇଥିଲା। ତେବେ ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

Share

Leave a Reply