ଶ୍ୟାମାପ୍ରସାଦଙ୍କ ସ୍ମୃତି ଦିବସରୁ ଜୟନ୍ତୀ ଯାଏଁ ସେବାପକ୍ଷ ପାଳିବ ବିଜେପି, ଜୁନ ୨୧ରୁ ଜୁଲାଇ ୬ ଯାଏଁ କରିବ ବିଭିନ୍ନ କାର୍ଯ୍ୟକ୍ରମ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଜରୁରୀକାଳୀନ ଆଭାସି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧ ରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଦିନ ଜୁଲାଇ ୬ ପର୍ଯ୍ୟନ୍ତ ବିଜେପି ଜିଲ୍ଲାସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ହୋଇଛି।

ରାଜ୍ୟ ବିଜେପିର ପରାମର୍ଶ କ୍ରମେ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପାଳନ କରାଯିବ। ବିଜେପି ସୃଷ୍ଟି ହୋଇଥିବା ସଙ୍ଗଠନ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖ୍ୟର୍ଜୀଙ୍କର ବଳିଦାନ ଦିବସ ତଥା ସ୍ମୃତି ଦିବସ ଜୁନ ୨୩ ରେ ଅନୁଷ୍ଠିତ ହେବ। ସେହିଭଳି ଜୁନ ୨୫ ତାରିଖରେ କଳା ଦିବସ ପାଳିବ ବିଜେପି।ଏହିଦିନ ୧୯୭୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ଜରୁରୀକାଳୀନ ପରିସ୍ଥିତି ଜାରି କରି ମିସାରେ ଲକ୍ଷ ଲକ୍ଷ ଲୋକଙ୍କୁ ବନ୍ଦୀ କରିଥିଲେ। ସେହି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିଙ୍କୁ ବିଜେପି ସମ୍ମାନିତ କରିବ। ଜୁନ ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ ସମସ୍ତ ବୁଥ ସ୍ତରରେ ଅନୁଷ୍ଠିତ ହେବ। ଜୁଲାଇ ୬ ରେ ଶ୍ୟାମାପ୍ରସାଦଙ୍କ ଜୟନ୍ତୀ ସମସ୍ତ ବୁଥ ସ୍ତରରେ ପାଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କହିଛନ୍ତି।

ଆଜିର ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, ପ୍ରକାଶ ମହାରଣା ଓ ଭବାନୀ ଜ୍ୟୋତିଷରାୟ, ଅନୁଗୁଳ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଭକ୍ତି ପ୍ରସାଦ ଦାସ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ, ପ୍ରଭାତ ପ୍ରଧାନ, ପ୍ରଶାନ୍ତ ନନ୍ଦ, ଚିତ୍ତରଞ୍ଜନ ମେହେରଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!