ତାଳଚେର ପୌରାଞ୍ଚଳରେ ୧୧ଟି ପ୍ରକଳ୍ପର ମାରାଥନ ଶିଳାନ୍ୟାସ ଓ ଭୂମିପୂଜନ କଲେ ବିଧାୟକ

You are currently viewing ତାଳଚେର ପୌରାଞ୍ଚଳରେ ୧୧ଟି ପ୍ରକଳ୍ପର ମାରାଥନ ଶିଳାନ୍ୟାସ ଓ ଭୂମିପୂଜନ କଲେ ବିଧାୟକ

ତାଳଚେର: ତାଳଚେର ପୌରାଞ୍ଚଳର ଆଜି ବିଭିନ୍ନ ୱାର୍ଡରେ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ୧୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ ଆଜି ଅନୁଷ୍ଠିତ ହୋଇଛି। ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲେ।

ତାଳଚେରର ମୁଖ୍ୟ ଦ୍ୱାର ରାଜା ରାଜୁଡା ଅମଳରେ ନିର୍ମିତ ଫାଷ୍ଟ ଗେଟକୁ ନୂତନ ରୂପ ଦେବା ପାଇଁ ୩୦ ଲକ୍ଷ ଟଙ୍କା, ସୌଭାଗ୍ୟ ସାଗର ପୋଖରୀର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ କୋଟି ତିନି ଲକ୍ଷ ଟଙ୍କା, ଚିତ୍ରକୁଟ ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ଓ ସିଦ୍ଧି ବିନାୟକଙ୍କ ବିରାଟ ବିଗ୍ରହ ନିର୍ମାଣ ପାଇଁ ଭୂମିପୂଜନ ହୋଇଥିବା ବେଳେ ଦୁଇ ନମ୍ବର ୱାର୍ଡ ରେ ବ୍ରାହ୍ମଣ ସମାଜ, ତେଲିସମାଜ, ଗୌଡ଼ ସମାଜ, ଚଷା ସମାଜଙ୍କ ବିଶ୍ରାମ ଗୃହ ପାଇଁ ୪୦ ଲକ୍ଷ ଲେଖାଏଁ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଏହାର ଆଜି ଶିଳାନ୍ୟାସ କରାଯାଇଛି।

ସେହିପରି ଶନି ମନ୍ଦିର ପାଇଁ ୫ ଲକ୍ଷ, ୬ ନମ୍ବର ୱାର୍ଡ ମଣିମା ପୋଖରୀର ଉନ୍ନତିକରଣ ପାଇଁ ୪୬ ଲକ୍ଷ ଟଙ୍କା, ୧୧ନମ୍ବର ୱାର୍ଡ ରାଣୀ ପାର୍କ ପୋଖରୀ ପାଇଁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏ ଅବସରରେ ତାଳଚେର ଫାଷ୍ଟ ଗେଟସ୍ଥିତ ଚିତ୍ତକୁଟ ପୋଖରୀର ସୌନ୍ଦର୍ଯ୍ୟ କରଣ ସହିତ ତାଳଚେରରେ ପ୍ରସିଦ୍ଧ ଲାଭ କରିଥିବା ଗଣେଶ ପୂଜାକୁ ମନେ ପକାଇବା ପାଇଁ ସେହି ପୋଖରୀ ମଧ୍ୟରେ ଏକ ବିରାଟ ଗଣେଶ ମୂର୍ତ୍ତି ସ୍ଥାପନ କରିବାର ଯୋଜନା ପ୍ରସ୍ତୁତ କରାଯାଇ ଏହାର ଆଜି ଭୂମି ପୂଜନ ଶିଳାନ୍ୟାସ କରାଯାଇଛି।

କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ସମାଜ ସେବୀ ତଥା ତାଳଚେର ସିଦ୍ଧି ବିନାୟକ କମିଟି ଓ ଯାଦବ ସମାଜ କମିଟିର ସଭାପତି ବାନମ୍ବର ଭୂତିଆ, ଉପନଗରପାଳ ଶୁଭସ୍ମିତା ପ୍ରଧାନ, ନିର୍ବାହୀ ଅଧିକାରୀ ବଲୟ ଦେହୁରୀ, ସମସ୍ତ ୱାର୍ଡ କାଉନସିଲର, ଦଳୀୟ କର୍ମକର୍ତ୍ତା ଏସ ଏସ ଜି ଗ୍ରୁପ ସଦସ୍ୟା, ବିଜୁ ଜନତା ଦଳର ଯୁବ, ଛାତ୍ର କର୍ମୀମାନେ ଓ ସମର୍ଥକମାନଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Share

Leave a Reply