ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ, ବିସିସିଆଇ କଲା ଘୋଷଣା

You are currently viewing ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ, ବିସିସିଆଇ କଲା ଘୋଷଣା

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ଭାବେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ଚୟନିତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ବରିଷ୍ଠ ଚୟନକର୍ତ୍ତା ଟିମର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଇଷ୍ଟର୍ଣ୍ଣ ଜୋନରୁ ତାଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।
ଆଜି ବିସିସିଆଇ ପକ୍ଷରୁ ଚୟନକର୍ତ୍ତା କମିଟିର ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଭାବେ ପୁଣିଥରେ ଚେତନ ଶର୍ମାଙ୍କୁ ନିଯୁକ୍ତି ମିଳିଛି।

ସେହିପରି ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଛି।
ପ୍ରକାଶ ଯେ ଶିବ ସୁନ୍ଦରଙ୍କ ପୂର୍ବରୁ ଚୟନକର୍ତ୍ତା କମିଟିରେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଥିଲେ। ଗତ ବର୍ଷ ନଭେମ୍ବରରେ କମିଟି ଭଙ୍ଗ ସହ ସେ ଚୟନକର୍ତ୍ତା କମିଟିରୁ ବିଦା ହୋଇଥିଲେ।

Share

Leave a Reply