ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

You are currently viewing ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

ଅନୁଗୁଳ: ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହକୁ ଅନୁଗୁଳ ସାହିତ୍ୟ ସଂସଦ ସଭାପତି କୁମୁଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ। ଶ୍ରୀ ଦାସ ନିଜ ବକ୍ତବ୍ୟରେ ଶ୍ରୀ ଜଗନ୍ନାଥ ଦାସଙ୍କ ଭାଗବତ କିଭଳି ଭାବେ କୋଟି କୋଟି ଓଡ଼ିଆଙ୍କ ଜନ ଜୀବନକୁ ପ୍ରଭାବିତ କରି ଆସୁଛି ଏବଂ ଏହା ସମାଜକୁ ସଂସ୍କାରିତ କରି କିପରି ଉପଯୁକ୍ତ ମାର୍ଗ ଦର୍ଶନ କରି ଆସୁଛି ତାହା ବର୍ଣ୍ଣନା କରିଥିଲେ।

ମୁଖ୍ୟ ବକ୍ତା ରୂପେ ପୁରୀ ଜଗନ୍ନାଥ ମନ୍ଦିର  ପରିଚାଳନା କମିଟିର ନୂତନ ସଦସ୍ୟ ପଣ୍ଡିତ ମହେଶ ସାହୁ ଭାଗବତରୁ ବିଭିନ୍ନ ଉଦ୍ଧୃତି ଦେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ ଭାଗବତର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ସମ୍ପାଦକ କ୍ଷୀରେନ୍ଦ୍ର ମୋହନ ଦେହୁରୀ,ଉପ ସଭାପତି ଡ଼ା ସଦାନନ୍ଦ ପରିଡ଼ା,ରାମକୃଷ୍ଣ ତ୍ରିପାଠୀ,ଉପଦେଷ୍ଟା ବିଜୟ କୁମାର ମୋଦି ପ୍ରମୁଖ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଦାସଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋଚନା କରିଥିଲେ।

ଅଧ୍ୟାପକ ମନୋଜ କୁମାର ବେହେରା ,ଗୋଲାପ ନନ୍ଦ,ନିରଞ୍ଜନ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଏହାପରେ ଭାଗବତ ସମ୍ପର୍କିତ ସ୍ବରଚିତ କବିତା ମାନ ଆବୃତ୍ତି କରାଯାଇଥିଲା।ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି  ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Share

Leave a Reply