ଶିଶିର ମହୋତ୍ସବ ଆୟୋଜିତ: କଳାକାରଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ

You are currently viewing ଶିଶିର ମହୋତ୍ସବ ଆୟୋଜିତ: କଳାକାରଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଶିଶିର ମହୋତ୍ସବ ସ୍ଥାନୀୟ ପଥରମୁଣ୍ଡା ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ପଡ଼ିଆରେ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ପ୍ରାକ୍ତନ ସମିତି ସଭ୍ୟ ଓ କଣିହାଁ ସରପଞ୍ଚଙ୍କ ପ୍ରତିନିଧି ଦେବେନ୍ଦ୍ର ବାରିକ, ଶ୍ରମ ଅଧିକାରିଣୀ ପ୍ରିୟମ୍ବଦା ସ୍ୱାଇଁ, ଶ୍ରମ ଅଧିକାରୀ ସନ୍ଦୀପ ସାହୁ, ଅତିରିକ୍ତ ଶ୍ରମ ଅଧିକାରିଣୀ ଦୀପ୍ତିମୟୀ ସାହୁ, ସମ୍ପାଦକ ତଥା ଜିଲ୍ଲା କଳାକାର ସାମ୍ମୁଖ୍ୟ ସଭାପତି ଡଃ ନବଘନ ସାମଲ, ଉପସଭାପତି ଶାନ୍ତି ଲତା ଦାସ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ୩୬୨ ଜଣଙ୍କୁ କଳାକାରଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଜଣେ କଳାକାର ଦୁର୍ଘଟଣାଜନିତ ମୃତ୍ୟୁ ବରଣ କଲେ ୪ ଲକ୍ଷ ଟଙ୍କା, ଆଂଶିକ ଆଘାତ ହେଲେ ୧୮ ରୁ ୪୦ ହଜାର ଟଙ୍କା ଏବଂ ସ୍ଵାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ ବୋଲି ଜଣାପଡ଼ିଛି।

ଏହା ଦେୟ ମୁକ୍ତ ପଂଜୀକରଣ ସହ ପ୍ରତି ୩ବର୍ଷରେ ଦେୟ ମୁକ୍ତ ନବୀକରଣ ବ୍ୟବସ୍ଥା ରହିଛି। କଳାକାର ସହାୟତା ରାଶି ସହିତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ରାଶି ସରକାର ବୃଦ୍ଧି କରନ୍ତୁ ବୋଲି ବିଧାନସଭାରେ ଉପସ୍ଥାପନା କରିବା ପାଇଁ ବିଧାୟକଙ୍କୁ ସଭାପତି ଶ୍ରୀ ସାମଲ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ପାଲା, ଦଣ୍ଡ, ପାଇକ ଆଖଡ଼ା, ଖଞ୍ଜଣି ଭଜନ, ସଙ୍କୀର୍ତ୍ତନ ଆଦି ବିଭିନ୍ନ ଲୋକ କଳା ପ୍ରଦର୍ଶନ କରିଥିଲେ। ୩୭ ଟି ଦଳ ଅଂଶ ଗ୍ରହଣ ସହ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ବ କଳାକାର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟନ ଦେହୁରୀ, ଜଗା କିଶୋର ଦାସ, କୃଷ୍ଣା ନନ୍ଦ ସାମଲ, ପ୍ରଶାନ୍ତ ମହାନ୍ତି, ବିଜୟ ସାହୁ, ଛବିଳ ସାହୁ, ମଲ୍ଲି ସାହୁ, ଅନିତା ପ୍ରଧାନ, କରୁଣା କର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply