ଅନୁଗୁଳ: ଗତ ୧୮ତାରିଖ ଦିନ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜିଲ୍ଲା କର୍ମ ନିୟୋଜନ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ସ୍କିଲ ଇଣ୍ଡିଆ ସେଣ୍ଟର ଆନୁକୂଲ୍ୟରେ କଣିହାଁ ଠାରେ ମହିଳା ଗୋଷ୍ଠୀଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଦ୍ୟା ସାଗର ଏସିଏଫ, ନୀଳମଣି ଦେହୁରୀ, ଏସିଏଫ କଣିହାଁ ରେଞ୍ଜଙ୍କ ସମେତ ଜନ ଶିକ୍ଷଣ ସଂସ୍ଥାନ, ସ୍କିଲ ଇଣ୍ଡିଆର ଅଧିକାରୀ ମାନେ ଯୋଗ ଦେଇଥିଲେ। ଝରାବେରଣୀ ବଡ଼ହାର ଭିଏସଏସର ସଦସ୍ୟ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସେମାନେ କିଭଳି ସ୍ୱାବଲମ୍ବୀ ହେବେ ସେଥିନେଇ ତାଙ୍କୁ ତାଲିମ ଦିଆଯାଇଥିଲା। ବିଭିନ୍ନ ହସ୍ତ ଶିଳ୍ପ, ଆଇଟି ଲିଟରସି, ମୋବାଇଲ ମରାମତି, ଅଟୋମୋବାଇଲ ମରାମତି, ବିୟୁଟି ପାର୍ଲର ଟେଲରିଙ୍ଗ ଆଦି କ୍ଷେତ୍ରରେ ୪୬୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା।
ମହିଳା ଓ ଯୁବକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ଶିବିର
- Post published:January 20, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
