ଅନୁଗୁଳରେ ବାପାଙ୍କ ଜଳଖିଆ ଦୋକାନ ପୁଅ ଓଏଏସ ପାଇ ସ୍ବପ୍ନ ପୂରଣ କଲେ

You are currently viewing ଅନୁଗୁଳରେ ବାପାଙ୍କ ଜଳଖିଆ ଦୋକାନ ପୁଅ ଓଏଏସ ପାଇ ସ୍ବପ୍ନ ପୂରଣ କଲେ

ଅନୁଗୁଳ: ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ମୁଗଗହୀର ଗାଁର ଦିଲୀପ ସାହୁ ଦୀର୍ଘ ବର୍ଷ ହେବ ପେଟ ପାଟଣା ପାଇଁ ଅନୁଗୁଳ ଚାଲି ଆସିଥିଲେ। ଦିଲୀପଙ୍କ ପରିବାର କିନ୍ତୁ ଗାଁରେ ରହନ୍ତି। ଦିଲୀପଙ୍କ ପତ୍ନୀ ରଞ୍ଜନ ବାଳା ଦୁଇ ପୁଅଙ୍କ ପାଠ ପଢା ଠାରୁ ସବୁ କଥା ବୁଝନ୍ତି। ଅନୁଗୁଳ ସିମିଳିପଡ଼ା ଗାନ୍ଧୀ ଛକରେ ଦିଲୀପ ଓରଫ ସନା ଭାଇଙ୍କ ଜଳଖିଆ ଦୋକାନର ବେଶ୍ ନାଁ ରହିଛି କିନ୍ତୁ ମଜାର କଥା ହେଲା ପୁଅ ଓଏଏସ ପାଇଲା ପରେ ହିଁ ବାପାଙ୍କୁ ଜଣାଇ ଥିଲେ।

ଏ ସମ୍ପର୍କରେ ଦିଲୀପ କହନ୍ତି ପୁଅ ପିଲା ବେଳୁ ମେଧାବୀ। ଗାଁ ସ୍କୁଲରୁ ବାଲ୍ୟ ଶିକ୍ଷା ପରେ ରେଭେନ୍ସାରେ ଯୁକ୍ତ ତିନି ଫିଜିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ବିଭିନ୍ନ ପରୀକ୍ଷା ଦେଉଥିଲେ ଦିଲୀପଙ୍କ ବଡ଼ ପୁଅ ଭବାନୀ ପ୍ରସାଦ ସାହୁ। ଗତ ଥର ଓଏଏସ ଭାୟାବସ୍ ରେ କଟି ଯାଇଥିଲେ ଭବାନୀ।

ତେଣୁ ବୋଧହୁଏ ସେ ବାପାଙ୍କୁ ନ ଜଣାଇ ନିଜର ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ଗତ ରବିବାର ପୁଅର ଫୋନ୍ କଲ୍ ପାଇ ବାପା ସମେତ ପରିବାର ବର୍ଗ ଖୁସିରେ ଆତ୍ମହରା ହୋଇ ଯାଇଥିଲେ । ଲକ୍ଷ ପୂରଣ ନେଇ କଠିନ ପରିଶ୍ରମ ଦ୍ଵାରା ପୁଅ ଏହି ସଫଳତା ପାଇଛି ବୋଲି କହିଛନ୍ତି ଭବାନୀଙ୍କ ବାପା ଦିଲୀପ। ଭବାନୀ ଚଳିତ ପରୀକ୍ଷାରେ ୧୬୪ ନମ୍ୱର୍ ସ୍ଥାନ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି।

Share

Leave a Reply