ସାପ ଭୟରେ ଦୋକାନୀ ହନ୍ତସନ୍ତ

You are currently viewing ସାପ ଭୟରେ ଦୋକାନୀ ହନ୍ତସନ୍ତ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ସାପ ଭୟ ଯୋଗୁଁ କିଛି ଦୋକାନୀ ବେଶ ହନ୍ତସନ୍ତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଅନୁଗୁଳ ଲକ୍ଷ୍ମୀ ବଜାରରେ ଥିବା ଏକ ଲେଡିଜ୍ କର୍ଣ୍ଣର ଦୋକାନରୁ ଜଣେ ଗ୍ରାହକ ବାହାରୁଥିବା ବେଳେ ଦୋକାନ ଉପରେ ଥିବା ଗଛ ଡାଳରୁ ଗୋଟିଏ ସାପ ତଳେ ଖସି ପଡ଼ିଥିଲା। ଗ୍ରାହକ ଚିତ୍କାର କରି ଦଉଡ଼ି ପଳାଇଥିଲେ। ହେଲେ ସେହି ଦୋକାନୀ ଓ ଆଖପାଖ ଦୋକାନୀ ମାନେ କାଳେ ସେମାନଙ୍କ ଦୋକାନକୁ ସାପ ପଶି ଯାଇଥିବ ମନେ କରି ସାପ ଖୋଜିବାରେ ଲାଗି ଯାଇଥିଲେ।ଘଂଟାଏ ଧରି ବହୁ ଖୋଜା ଖୋଜି ପରେ ମଧ୍ୟ ସାପ କୁଆଡେ ଗଲା ତାର କେହି ଟେର ପାଇନଥିଲେ ।

Share

Leave a Reply