ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବିଏଡ କଲେଜ୍ ନିକଟସ୍ଥ ବାସଭବନ ଅଗଣାରେ ଥିବା ଏକ ଗଛରେ ଏକ ଦୁଇ ଫୁଟ ଲମ୍ବର ନାଗ ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଏହା ଦେଖି ସର୍ପ ମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା।ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଫୁଟିଆ ନାଗ ସାପ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ଅନୁଗୁଳ ବିଧାୟକଙ୍କ ଘରୁ ନାଗ ସାପ ଉଦ୍ଧାର
- Post published:November 9, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


