ଅନୁଗୁଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ତାଳଚେର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଏନୟୁଜେର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ କୁମାର ଶର୍ମା, ସାମ୍ବାଦିକ ରାଜାରାମ ଶତପଥୀ, ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜାତୀୟ ସମ୍ପାଦକ ବବୁଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ l
ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ
- Post published:February 10, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
