ଅନୁଗୁଳ: ଅନୁଗୁଳ ସହରର ଜଣାଶୁଣା ଶିକ୍ଷବିତ, ବୁଦ୍ଧିଜୀବୀ ଶ୍ରୀକାନ୍ତ ମିଶ୍ର(୮୩)ଙ୍କ କଟକ ବଡ ମେଡିକାଲରେ ଶନିବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି। ଏ ଅବସରରେ ଅମଲାପଡା ମା’ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବାଣୀରୂପା ଷ୍ଟଡି ସେଣ୍ଟରଠାରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ଆଡଭୋକେଟ ପ୍ରଦୀପ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂଜା କମିଟି ସଭାପତି ଶକ୍ତି ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ।ଜଗନ୍ନାଥ ମନ୍ଦିରର ପରିକଳ୍ପନା, ନାରଣ ସାଗରର ପୁନରୁଦ୍ଧାର ଏବଂ କରଡ଼ାଗାଡ଼ିଆ ଶ୍ମଶାନ ର ଉନ୍ନତିକରଣ ପଛରେ ତାଙ୍କର ହାତ ଥିଲା। ଅନୁଗୁଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସେ ମାର୍ଗଦର୍ଶନ କରୁଥିଲେ। ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ସାହୁ,ସଂଜୀବ ସାହୁ,ଅନୁପ ମହାନ୍ତି, ଲଭଲୀନ। ନାୟକ ଏବଂ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।
ଶ୍ରୀକାନ୍ତ ମିଶ୍ରଙ୍କ ପରଲୋକରେ ଶୋକ ସଭା
