ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

You are currently viewing ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ ହୋଇଛି।

ସୂଚନା ଯେ, ୨୯ ତାରିଖ ରାତିରେ ଗାଁର ଜମ୍ବେଶ୍ଵର ନାଏକ ତାଙ୍କ ସ୍ତ୍ରୀ ମିନିଙ୍କୁ ଖାଇବାରେ ଡାଲି କାହିଁକି କଲ ନାହିଁ ବୋଲି ପଚାରିଥିଲେ । ବୋହୂ ରୋଷେଇ କରିଥିବାରୁ ଏଥିରେ ତାଙ୍କ ପୁଅ ଟଙ୍କଧର ଉତ୍‌କ୍ଷିପ୍ତ ହୋଇ
ମୋ ସ୍ତ୍ରୀ କବିତାଙ୍କୁ କାହିଁକି ଏପରି କହିଲ ବୋଲି ଜମ୍ବେଶ୍ବରଙ୍କୁ ଗାଳିଗୁଲଜ କରିଥିଲେ । ତେବେ ୩୦ ତାରିଖ ସକାଳେ ଟଙ୍କଧରଙ୍କ ରାଗ କମିନଥିଲା । ଏକ ବାଉଁଶ ଠେଙ୍ଗାରେ ବାପା ଜମ୍ବେଶ୍ବରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଜମ୍ବେଶ୍ଵର ଗୁରୁତର ହୋଇଥିଲେ। ଏ ନେଇ ଜମ୍ବେଶ୍ଵରଙ୍କ ସ୍ତ୍ରୀ ମିନୀ ପୁରୁଣାକୋଟ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ରବିବାର ପୁଅ ଟଙ୍କଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Share

Leave a Reply