ଅନୁଗୁଳ: ଅନୁଗୁଳଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ, ଅନୁଗୁଳ ଓଡ଼ିଶା କୃଷକ ସମୟ ସମିତି ତରଫରୁ ଉଭୟ ସଂସ୍ଥାର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଦିବସ ପାଳନର ଆବଶ୍ୟକତା ଏବଂ ଆଭିମୁଖ୍ୟ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ୨୦୦୪ ମସିହାରେ ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥାଦ୍ଵାରା କରାଯାଇଥିବା ଆକଳନ ଅନୁଯାୟୀ ୪୦ରୁ ୫୦ବର୍ଷ ମଧ୍ୟରେ ୯୦ ପ୍ରତିଶତ ଘରଚଟିଆ ପକ୍ଷୀ ଲୋପ ପାଇଛନ୍ତି । ବାକି ୧୦ ଭାଗ ଘରଚଟିଆଙ୍କ ବଂଶବୃଦ୍ଧି ଓ ସୁରକ୍ଷାର ଆବଶ୍ୟକ ରହିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଆଜିର ଦିବସରେ ଏହି କ୍ଷୁଦ୍ର ପକ୍ଷୀର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହ କୃଷକମାନେ ଜୈବିକ କୃଷି ଆପଣେଇବା ଓ ଜୈବିକ କୀଟ ନିୟନ୍ତ୍ରକ ବ୍ୟବହାର କରିବା ପାଇଁ ନିବେଦନ କରାଯାଇଥିଲା ।
ଘରଚଟିଆଙ୍କ ସୁରକ୍ଷା ଆବଶ୍ୟକ
- Post published:March 22, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul