ଅନୁଗୁଳ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଅନୁଗୁଳ ମହୋତ୍ସବ ପାଇଁ ବେଶ୍ ଭିଡର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ନାଲକୋ ପଟୁ ଆସୁଥିବା ଯାତ୍ରୀ ମାନେ ରଜ ହୋଟେଲ୍ ଛକରୁ ବାମକୁ ବୁଲି କମଲେଶ ହୋଟେଲ୍ ଦେଇ ହୁଲୁରୁସିଂହାରେ ବାହାରିବେ।ଏମାନଙ୍କ ମଧ୍ୟରୁ ଯେଉଁମାନେ ଗାଡ଼ି ପାର୍କିଂ କରିବାକୁ ଚାହିବେ ସେମାନେ ପିଟିସି ପଡ଼ିଆରେ ଗାଡି ରଖିବେ। ସେହିଭଳି ବଡକେରା ପଟୁ ଆସୁଥିବା ଯାତ୍ରୀମାନେ ହୁଲୁରୁସିଂହ ଛକରୁ ବାମକୁ ମୋଡ଼ି ଗନ୍ଧିମାର୍ଗ ଦେଇ ରାଜ ହୋଟେଲ୍ ଛକରେ ବାହାରିବେ।ଏମାନଙ୍କ ମଧ୍ୟରୁ ଯେଉଁମାନେ ଗାଡ଼ି ପାର୍କିଂ କରିବାକୁ ଚାହିଁବେ ସେମାନେ ହେମଶୁରପଡ଼ା କିମ୍ବା ଡିଆଇସି ଛକ ଦେଇ କଦମ ପଡିଆ ନିକଟକୁ ଆସି ଗାଡ଼ି ପାର୍କିଂ କରିପାରିବେ।
ମହୋତ୍ସବ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଜାରି
- Post published:April 6, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul