ତାଳଚେର ଡାକ୍ତରଖାନାରେ କୋଭିଡ୍ ଟିକାକରଣ ଆରମ୍ଭ

0

ତାଳଚେର: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଗୁରୁବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳଚେର ଏଡିଏମ୍‌ଓ ଡା. କେ. ମହନ୍ତ, ଥାନା ଆଇଆଇସି ସତ୍ୟବ୍ରତ ରାଉତ, ପୌରନିର୍ବାହୀ ଅଧିକାରିଣୀ ରଶ୍ମୀରେଖା ଅମାନ୍ତ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକାର ୨୨୦ ଡୋଜ୍ ଏଠାକୁ ଆସିଥିଲା ବେଳେ ଆଜି ୮୨ ଜଣଙ୍କୁ ଟିକା ଦିଆଯାଇଛି । ଆଶାକର୍ମୀ ସତ୍ୟଭାମା ସେଠୀ ପ୍ରଥମେ ଏହି କୋଭିଡ୍ ଟିକା ନେଇଥିଲେ। ଟିକା ନେଇଥିବା ବ୍ୟକ୍ତିମାନଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ। ପ୍ରତି ସପ୍ତାହର ସୋମବାର, ଗୁରୁବାର ଓ ଶନିବାର ଏହି କୋଭିଡ୍ ଟିକା ଏଠାରେ ଦିଆଯିବ ବୋଲି ସୂଚନା ମିଳିଛି । ସେହି ପରି ଗୋଡ଼ି ବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏହି ଟିକାକରଣ ଆରମ୍ଭ ହୋଇଛି । ସିଡ଼ିପିଓ ଲୀଳାବତୀ ନାଗ, ମେଡିକାଲ ପରିଚାଳକ ଚିତ୍ତରଞ୍ଜନ ଚାନ୍ଦଙ୍କ ସମେତ ଡାକ୍ତର ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!